Niet blij met je aankoop? Geeft niet! Je kunt artikelen tot 30 dagen retourneren
Met een cadeaubon zit je altijd goed. De ontvanger kan de cadeaubon voor alles uit ons assortiment inwisselen.
Tot 30 dagen retourrecht
'ବୃତ୍ତ' କବି ଦୀପକ ମିଶ୍ରଙ୍କର ସପ୍ତମ କବିତା ସଂକଳନ । ବିଗତ ପନ୍ଦର ବର୍ଷ ଧରି କବି ନିରବଚ୍ଛିନ୍ନ ଭାବରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାନା ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି - ତଥାପି ତାଙ୍କର ପରୀକ୍ଷାର ଶେଷ ନାଇଁ । ଜୀବନର ବିରାଟ ବିପୁଳ ବୃତ୍ତର କେନ୍ଦ୍ରବିନ୍ଦୁରେ କବି ଏକ ପାଦ ରଖି ଅନ୍ୟପାଦକୁ ସେହି ବୃତ୍ତର ପରିଧିରେ ଅବସ୍ଥାପିତ କରି ସତତ ଘୂର୍ଣ୍ଣାୟମାନ । ତାଙ୍କର କାବ୍ୟ ପୁରୁଷ ସ୍ଥିର ନୁହେଁ-ଗତିଶୀଳ ଏକ ପୂର୍ଣ୍ଣ ସତ୍ୟ ଲଭ କରିବା ଆଶାରେ । ଏହି ସତ୍ୟ ପାର୍ଥିବ ଜୀବନର ସ୍ଥୂଳ ସତ୍ୟ ନୁହେଁ - ପାର୍ଥିବ ଜୀବନର ପ୍ରେମ ଓ ଯନ୍ତ୍ରଣା, ବ୍ୟଥା ଓ ବିଫଳତା, ନୈରାଶ୍ୟ ଓ ଶୋଚନୀୟତା, ବିଚ୍ଛିନ୍ନତା ଓ ନିଃସଙ୍ଗତା, ପ୍ରାପ୍ତି ଓ ଅପ୍ରାପ୍ତି - ଏହି ଦର୍ପିତ ଅବିଚଳିତ କାବ୍ୟପୁରୁଷକୁ ବେଳେ ବେଳେ ବିଚଳିତ କରିଛି ସତ୍ୟ ମାତ୍ର ଲକ୍ଷ୍ୟଚ୍ୟୁତ କରାଇ ପାରିନାହିଁ - ଏକ ଇନ୍ଦ୍ରିୟୋତ୍ତର ତୈଜସ ସତ୍ୟର ଉଦ୍ଘାଟନ ପାଇଁ ଏହି କାବ୍ୟ ପୁରୁଷ ଗତି କରିଛି ଦୁର୍ନିବାର ଭାବରେ ।
Hoi! Ik ben Libroamiko, je boekadviseur.
Hoe kan ik je helpen?