Niet blij met je aankoop? Geeft niet! Je kunt artikelen tot 30 dagen retourneren
Met een cadeaubon zit je altijd goed. De ontvanger kan de cadeaubon voor alles uit ons assortiment inwisselen.
Tot 30 dagen retourrecht
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନାଟ୍ୟାଚାର୍ଯ୍ୟ ଗଣକବି ଗୋପାଳ ଦାଶ ଓଡିଆ ଯାତ୍ରା ଓ ଗୀତାଭିନୟ ଜଗତର ଏକ ଅସାଧାରଣ ପ୍ରତିଭା ଥିଲେ । ତତକାଳୀନ ରୁଚିହୀନ ଓ ଅନାକର୍ଷଣୀୟ ଓଡିଆ ଯାତ୍ରାକୁ ଯୁଗରୁଚି ଓ ଦର୍ଶକ ପ୍ରିୟ କରାଇବାରେ ସେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୧୮୭୬ ମସିହା ମେ ୩୦ ତାରିଖରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ପଳାସିଂହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୮୯୮ ମସିହାରୁ ୧୯୩୯ ମସିହା ଭିତରେ ସେ ପ୍ରାୟ ୭୨ଖଣ୍ଡ ଗୀତାଭିନୟ , ବହୁ ସୁଆଙ୍ଗ , ଫାର୍ଶ, ଜଣାଣ, ଛାନ୍ଦ, ଚଉତିଶା ରଚନା କରି ଓଡିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ସେ ଏକାଧାରରେ ଜଣେ ନାଟ୍ୟକାର, ସଂଗୀତଜ୍ଞ, ବାଦ୍ୟଶିଳ୍ପୀ, ନାଟ୍ୟ ନିର୍ଦ୍ଦେଶକ, ଓ କଳା ନିର୍ଦ୍ଦେଶକ ଭାବେ ମାତ୍ର ୨୨ବର୍ଷରେ ନିଜସ୍ବ ଯାତ୍ରାପାର୍ଟି ଗଠନ କରି ବଙ୍ଗ,ବିହାର, ଓଡିଶାରେ ଦୀର୍ଘ ୪୦ବର୍ଷ ଯାତ୍ରାଭିନୟ ପ୍ରଦର୍ଶନ କରି ଅଜସ୍ର ପ୍ରଶଂସା ସାଉଁଟି ଥିଲେ । ଏହି ମହାନ ନାଟ୍ୟାଚାର୍ଯ୍ଯଙ୍କ ୧୫୦ ତମ ଜନ୍ମବାର୍ଷିକ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ଯ ପରିଷଦ ଆନୁକୂଲ୍ଯରେ ପ୍ରସିଦ୍ଧ ପ୍ରକାଶନୀ "ବ୍ଲାକ ଇଗଲ୍' ପକ୍ଷରୁ 'ଗଣକବି ଗୋପାଳ ଦାଶ ସଂଗୃହୀତ ରଚନାବଳୀ' ପ୍ରକାଶିତ ।
Hoi! Ik ben Libroamiko, je boekadviseur.
Hoe kan ik je helpen?