Niet blij met je aankoop? Geeft niet! Je kunt artikelen tot 30 dagen retourneren
Met een cadeaubon zit je altijd goed. De ontvanger kan de cadeaubon voor alles uit ons assortiment inwisselen.
Tot 30 dagen retourrecht
ସ୍ୱୟଂବରକୁ ନେଇ ଏହି ଉପନ୍ୟାସଟି ।
ସ୍ୱୟଂବରର ପ୍ରକୃତ ଅର୍ଥ ସ୍ୱୟମ୍ ବର ବରଣ କରିବା ସ୍ୱ ଇଚ୍ଛାରେ । ଏ ଦିଗରେ ସ୍ୱୟଂବରା ହିଁ ସ୍ୱତନ୍ତ୍ର । କିଂତୁ ସୀତା, ଦ୍ରୌପଦୀ ଇତ୍ୟାଦି ପ୍ରାଚୀନ ଯୁଗୀୟ ସ୍ୱୟଂବରାମାନେ ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ସ୍ୱୟମ୍ର ଇଚ୍ଛାରେ ବର ବରଣ କରି ଥିବାର ବର୍ଣ୍ଣନା ନାହିଁ । ସ୍ୱୟଂବର ପାଇଁ କୌଣସି ନା କୌଣସି କଠୋର ସର୍ତ୍ତର ଅବତାରଣା କରାଯାଇଛି । ସର୍ତ୍ତପୂରଣକାରୀଙ୍କ ଗଳାରେ ବରମାଲ୍ୟ ଦେବାକୁ ଏଠି ସ୍ୱୟଂବରା ବାଧ୍ୟ । ଏ କେମିତିକା ସ୍ୱୟଂବର? କେମିତି ପରଂପରା ଏ, ପୁଣି ଋଷି-ମୁନି-ଜ୍ଞାନୀ-ବେଦର ଭୂୂମି ଏ ଆର୍ଯ୍ୟାବର୍ତ୍ତ ଭାରତ ବର୍ଷରେ, ନା-ଏହାର ଅନ୍ତରାଳରେ କିଛି ରହିଚି ଗୂଢ଼ ରହସ୍ୟ, ଯାହା ଅପ୍ରକାଶ୍ୟ ଏବଂ ପରଂପରାର ପୃଷ୍ଠଧରମାନେ ଏ ରହସ୍ୟକୁ ପ୍ରକାଶ କରିବାକୁ ଉଚିତ ମଣିନାହାନ୍ତି ?
ଏଥିରେ ମୁଖ୍ୟତଃ ସୀତା, ଦ୍ରୌପଦୀ ଓ ସଂଯୁକ୍ତାଙ୍କ ବହୁଚର୍ଚ୍ଚିତ -ସ୍ୱୟଂବର ଗାଥାକୁ ଉପନ୍ୟାସର କଥା ଶୈଳୀରେ ପରିବେଷଣ କରାଯାଇଛି । ସେହି ସେହି କାହାଣୀରେ ଛପି ରହିଥିବା ଯୁକ୍ତିନିଷ୍ଠ, ତର୍କସିଦ୍ଧ ସତ୍ୟ ଓ ରହସ୍ୟର ଉନ୍ମୋଚନ କରାଯାଇଛି । ଏତଦ୍ଭିନ୍ନ କେବଳ ସ୍ୱୟଂବରର ରହସ୍ୟ ଉନ୍ମୋଚନ ନୁହେଁ, ସ୍ୱୟଂବରାଙ୍କ ପରବର୍ତ୍ତୀ ଜୀବନର କ୍ରମପରିଣାମ ତଥା ଜୀବନର କିଛି କିଛି ମାର୍ମିକ ମୁହୂର୍ତ୍ତର ଝଲକ୍ ଦିଆଯାଇଚି କଥା ପ୍ରସଂଗରେ । ସ୍ୱୟଂବରର ବର୍ଣ୍ଣନା ବ୍ୟତିରେକେ ଏକ ଐତିହାସିକ ରୂପକାହାଣୀକୁ ଏଥିରେ ସ୍ଥାନିତ କରାଯାଇଛି-ତାହା ହେଉଛି ପଦ୍ମାବତୀଙ୍କ ପରିଣୟ କଥା । ସବୁ କାହାଣୀ ଅବତାରଣାର ମୂଳରେ ନିର୍ଦ୍ଦିଷ୍ଟ ଏକ ଉଦ୍ଦେଶ୍ୟ ଭାବରେ ନିହିତ ଅଛି- ସେହି ଚିରନ୍ତନ ପ୍ରଶ୍ନ- ଯୁଗେ ଯୁଗେ ନାରୀ ନିର୍ଯ୍ୟାତିତା କାହିଁକି? ସାରା ଜୀବନ ପୁରୁଷକର୍ତ୍ତୃକ ସମାଜ ବ୍ୟବସ୍ଥା ଦ୍ୱାରା ଲହୁଲୁହାଣ ହୋଇଛି-ହେଉଛି ନାରୀ କାହିଁକି -କାହିଁକି ?? ପୁରାଣ, ଇତିହାସର କାହାଣୀ ଭିତରେ ଉପନ୍ୟାସର ଆଦ୍ୟରୁ ପ୍ରାନ୍ତଯାଏ ଜଡ଼ିତ ହେଇ ରହିଚି, ସାଂପ୍ରତିକ ନାରୀ ଜୀବନ-ସଂଘର୍ଷର ଏକ ରୋମାଞ୍ଚକର କଥାସୂତ୍ର । ଏହି କଥାସୂତ୍ର ହିଁ ଉପନ୍ୟାସର ମୁଖ୍ୟଧାରା । ଯାହାର ଉପକ୍ରମଣିକାରୁ ଆରମ୍ଭ ହେଇ ଉପସଂହାରରେ ବିଲୟ ଘଟିଚି ।
Hoi! Ik ben Libroamiko, je boekadviseur.
Hoe kan ik je helpen?